ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସହଜରେ ସ୍ବୀକାର କରିବୁ ନାହିଁ

0

ଓଡ଼ିଆ ନ୍ୟୁଜ୍: ମାଓ ନେତ୍ରୀ ରଜିତାଙ୍କ ପ୍ରେସ୍‌ ବିବୃତ୍ତିକୁ ନେଇ ଚର୍ଚ୍ଚା। ଆତ୍ମସମର୍ପଣ ନ କରି ଲଢେଇ ଜାରି ରଖିବାକୁ ମାଓବାଦୀଙ୍କୁ କହିଲେ ରଜିତା। ସାଥୀ କମ୍ରେଡମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ: ରଜିତା।ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସହଜରେ ସ୍ବୀକାର କରିବୁ ନାହିଁ।ଆମ ସଂଗଠନ କେବେ ବିଲୁପ୍ତ ହେବ ନାହିଁ, ସଂଘର୍ଷକୁ କେବେ ଭୁଲି ହେବ ନାହିଁ।ସବୁଠି ହିଂସା ଘଟାଇବୁ, ଯେଉଁମାନେ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ।ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ଭୀରୁ ବୋଲି କହିଲେ ରଜିତା।

ମାଓବାଦୀ ଡିଭିଜନ ସଚିବ ରାଣୀତା ଏକ ପ୍ରେସ୍‌ ବିବୃତି ଜାରିକରି ଭିନ୍ନ ମତ ରଖିଛନ୍ତି। ସେ ଆତ୍ମସମର୍ପଣକୁ ନା କରି ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ସାଥୀ କମ୍ରେଡ୍‌ମାନଙ୍କ ବଳିଦାନକୁ ବ୍ୟର୍ଥ ଯିବାକୁ ଦେବୁ ନାହିଁ, ସରକାରଙ୍କ କୌଣସି ପ୍ରସ୍ତାବକୁ ଆମେ ସ୍ବୀକାର କରିବୁ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆମ ସଂଗଠନ କେବେ ବିଲୁପ୍ତ ହେବ ନାହିଁ। ଶହୀଦ ନେତାଙ୍କ ସଂଘର୍ଷକୁ କେବେ ଭୁଲିହେବ ନାହିଁ। ଆମେ ଭାରତର ସବୁ ସ୍ଥାନରେ ହିଂସା ଘଟାଇବୁ। ଯେଉଁମାନେ ଆମକୁ ଅଟକାଇବେ ସେମାନଙ୍କୁ ଦଣ୍ଡ ଦିଆଯିବ। ଆମ ଲଢ଼େଇ ଜାରି ରହିବ ଓ ସରକାର ଏହି ନିନ୍ଦନୀୟ କାର୍ଯ୍ୟର ପରିଣାମ ମଧ୍ୟ ଭୋଗିବେ। ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ଭିରୁ। ସରକାର ଓ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ଆମ ଲଢ଼େଇ ସିଧାସଳଖ ହେବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ୩୧ ମାର୍ଚ୍ଚ ସୁଦ୍ଧା ମାଓବାଦୀମୁକ୍ତ ହେବା ନେଇ ଯେଉଁ ଆଶା ପ୍ରକଟ କରାଯାଉଥିଲା ତାହା ପୁଣି ଘୁଞ୍ଚିଲା ବୋଲି ଲୋକେ ଆଲୋଚନା କରୁଛନ୍ତି। ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିବ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.