ଟ୍ରିପଲ ମର୍ଡର ଅଭିଯୁକ୍ତ ମୃତ

0

ଓଡ଼ିଆ ନ୍ୟୁଜ୍: ଦେବଗଡ ଟ୍ରିପଲ ମର୍ଡର ଅଭିଯୁକ୍ତ ରମେଶ ଗରିଆ ବୁର୍ଲା ମେଡିକାଲରେ ମୃତ।ବିଷ ଖାଇ ଗୁରୁତର ହେବାରୁ ଚିକିତ୍ସିତ ହେଉଥିଲା।ସ୍ତ୍ରୀ, ବୋହୂ, ନାତୁଣୀଙ୍କୁ ହତ୍ୟା ପରେ ଫେରାର ଥିଲା।କାଲି ଗାଁ ପାଣି ଟାଙ୍କି ଉପରୁ କାବୁ କରିଥିଲା ପୋଲିସ।ଦେବଗଡ଼ ଗରିଆପାଲି ଗାଁର ଅଭିଯୁକ୍ତ ରମେଶ ଗରିଆ।

ମାର୍ଚ୍ଚ ୧୧ ତାରିଖ । କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ଘଟିଥିଲା ହୃଦୟ ବିଦାରକ ଘଟଣା । ଘରୋଇ କଳହକୁ କେନ୍ଦ୍ର କରି କରି ୫୦ ବର୍ଷୀୟ ବୃଦ୍ଧ ରମେଶ ଗରିଆ ସାଜିଥିଲା ରକ୍ତମୁଖା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା । ବୋହୂ ବିରୋଧ କରିବାକୁ, ତାକୁ ବି ରାସ୍ତାକୁ ହଟାଇଥିଲା । ଏହି ଘଟଣାକ୍ରମରେ ଚାରି ବର୍ଷର ନାତୁଣୀ ମଧ୍ୟ ଆଖିବୁଜିଥିଲା । ସମସ୍ତଙ୍କୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିଲା ଅଭିଯୁକ୍ତ ରମେଶ ଗରିଆ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ରମେଶଙ୍କୁ ସମସ୍ତେ ନେହୁରା ହୋଇଥିଲେ ଏପରି ଅମାବନୀୟ କାମ ନକରିବା ପାଇଁ, ହେଲେ ସେ କାହାରି ନେହୁରା ଶୁଣିନଥିଲେ । ଏମିତି କି ଛୋଟ ନାତୁଣୀ ବି ଛାଡ଼ିଦେବାକୁ ନେହୁରା ହୋଇଥିଲା ।

Leave A Reply

Your email address will not be published.