ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା ବେଗୁନିଆ ସାନପଦରରେ ଅଘଟଣ।ବାପା ରାଜେଶ କୁମାର ସାହୁ ଓ ପୁଅ ଲକ୍ଷ୍ମୀଧର ସାହୁ ମୃତ।ରାତିରେ ଦୋକାନରେ ଶୋଇଥିବା ବେଳେ ଜୀବନ୍ତ ଦଗ୍ଧ।ନିଆଁ ଲାଗିବା ପରେ ଦୋକାନରୁ ବାହାରି ପାରିନଥିବା ସୂଚନା।ମୃତଦେହ ଉଦ୍ଧାର ସହ ତଦନ୍ତ କରୁଛି ପୋଲିସ।
ଖବର ଅନୁଯାୟୀ, ସାନପଦର-ଦେଉଳି ରାସ୍ତାର ବିନ୍ଧ୍ୟଗିରି ପାହାଡ଼ାକୁ ଯିବା ରାସ୍ତାକଡ଼ରେ ଏକ ଚା ଦୋକାନ ରହିଛି । ଯେଉଁଠି ବାପା-ପୁଅ ମିଶି ଦୋକାନ କରିଥାନ୍ତି । ସେଥିରୁ ଉଭୟଙ୍କ ପରିବାର ମଧ୍ୟ ଚଳେ । ହେଲେ ଶନିବାର ରାତିରେ ଘଟିଲା ଅଘଟଣ । ରାତିରେ ଦୋକାନ ବନ୍ଦ କରି ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ, ବାପା-ପୁଅ ଦୋକାନରୁ ବାହାରକୁ ଆସିପାରିନଥିଲେ । ଆଉ ନିଆଁରେ ପୋଡ଼ି ଯାଇଥିଲେ । ଯେତେବେଳେ ଗାଁ ଲୋକେ ଏହି ନିଆଁ ସଂପର୍କରେ ଖବର ପାଇଲେ, ସେମାନେ ଆସି ନିଆଁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ନିଆଁ ଲାଗି ଉଭୟଙ୍କର ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣ ସାନପଦର ଗାଁର ରାଜେଶ କୁମାର ସାହୁ ଓ ପୁଅ ଲକ୍ଷ୍ମୀଧର ସାହୁ ବୋଲି ଜଣାପଡିଛି।