ଏୟାର ଇଣ୍ଡିଆର ୧୪ ବିମାନ ବାତିଲ୍

0

ଓଡ଼ିଆ ନ୍ୟୁଜ୍: ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍।ଏୟାର ଇଣ୍ଡିଆର ଦୁବାଇ-ଦିଲ୍ଲୀ ୫ଟି ବିମାନ ମଧ୍ୟରୁ ୪ଟି ବାତିଲ୍।ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ଦୁବାଇ-ଦିଲ୍ଲୀ ୬ଟି ମଧ୍ୟରୁ ୫ଟି ବାତିଲ୍।ଆବୁଧାବିରୁ ଆସିବାକୁ ଥିବା ୫ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବାତିଲ୍।

ୟୁଏଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନୂତନ ନିର୍ଦ୍ଦେଶ ପରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମାର୍ଚ୍ଚ ୧୫ ପାଇଁ ସେମାନଙ୍କର ଅପରେସନ୍କୁ ସୀମିତ କରିବାକୁ ବାଧ୍ୟ ହୋଇଛନ୍ତି।

* ଏୟାର ଇଣ୍ଡିଆ କେବଳ ଗୋଟିଏ ‘ଦିଲ୍ଲୀ-ଦୁବାଇ’ ରିଟର୍ଣ୍ଣ ଫ୍ଲାଇଟ୍ ଚଳାଇଥିବା ବେଳେ ଯୋଜନା ହୋଇଥିବା ୫ଟିରୁ ୪ଟି ଦୁବାଇ ବିମାନକୁ ବାତିଲ କରିଛି।

* ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମଧ୍ୟ ଗୋଟିଏ ‘ଦିଲ୍ଲୀ-ଦୁବାଇ’ ବିମାନ ଚଳାଇ ବାକି ୬ଟିରୁ ୫ଟି ଦୁବାଇ ବିମାନ ବାତିଲ କରିଛି।

* ଏହା ବ୍ୟତୀତ ଆବୁଧାବିକୁ ଯିବାକୁ ଥିବା ସମସ୍ତ ୫ଟି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି।

ତେବେ ସ୍ଲଟ୍ ଉପଲବ୍ଧତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଦିଲ୍ଲୀ, କନ୍ନୁର, କୋଚି, କୋଝିକୋଡ୍, ମୁମ୍ବାଇ ଏବଂ ଥିରୁଅନନ୍ତପୁରମ୍ ପାଇଁ ତଥା ରସ୍ ଅଲ୍ ଖାଇମାହ୍ ରୁ କୋଝିକୋଡ୍ ଓ କୋଚି ମଧ୍ୟରେ କିଛି ବିମାନ ଚଳାଇବାକୁ ଯୋଜନା ରଖିଛି।

Leave A Reply

Your email address will not be published.