ସ୍କୁଲ ବସ ଗୁଡ଼ିକ କେତେ ଫିଟ, ଆଜି ଠାରୁ ଆସନ୍ତା ୨୭ ତାରିଖ ଯାଏଁ ଯାଞ୍ଚ କରିବ ପରିବହନ ବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜିଠୁ କଡ଼ାକଡ଼ି ଚେକିଂ ହେଉଛି ସ୍କୁଲ ଯାନବାହନ ।ପିଲାଙ୍କୁ ସ୍କୁଲ ଅପ-ଡାଉନ୍ କରୁଥିବା ଗାଡ଼ିର ହେବ ଫିଟ୍‌ନେସ୍ ଟେଷ୍ଟ୍। ୨୭ତାରିଖ ଯାଏଁ ଚାଲିବ ଏହି ସ୍ପେଶାଲ ଡ୍ରାଇଭ। ଫିଟନେସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟର ହେବ ଯାଞ୍ଚ।ପରିବହନ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଦେଶ ।ରବିବାରକୁ ଛାଡି ଏବଂ ସ୍କୁଲ ବନ୍ଦ ରହୁଥିବା ଦିନ ଗୁଡିକ ଛାଡି ସବୁଦିନ ବିଭିନ୍ନ ସ୍କୁଲ ନିକଟରେ ଯାଞ୍ଚ ପ୍ରକ୍ରିୟା ଚାଲିବ। ଖାସ କରି ପରିବହନ ବିଭାଗ ସ୍କୁଲ ଗାଡି ଗୁଡିକ ସହ ଲୋଡିଙ୍ଗ ଅଟୋ ଗୁଡିକର ମଧ୍ୟ ଚାଲାଣ କାଟୁଛି ବିଭାଗ।

ସେହିପରି କଟକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ  ଯାଞ୍ଚ ଚାଲିଛି। ବିଭିନ୍ନ ସ୍କୁଲ ବସର ଫିଟନେସ,ପରମିଟ, ଇଂସୁରାନସ, ପ୍ରଦୂଷଣ ପ୍ରମାଣପତ୍ର, ଟିକସ, ଚାଳକଙ୍କ ଲାଇସେନ୍ସ ଆଦି ଯାଞ୍ଚ କରୁଛି ବିଭାଗ। ଓଭରଲୋଡିଙ୍ଗ ହେଉଛି କି ନାହିଁ ଓ ଜି ପି ଆର ଏସ ବ୍ୟବସ୍ଥା ଅଛି କି ନାହିଁ ମଧ୍ୟ ଯାଂଚ କରାଯାଉଛି। ଆଜି ସହରରେ ମୋଟ ତିନିଟି ଟିମ ଯାଞ୍ଚ କରୁଛନ୍ତି। ଏହି ସ୍ୱତନ୍ତ୍ର ଡ୍ରାଇଭ ଆଜି ଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳୁଆ ସ୍କୁଲ ଥିବାରୁ ଭୋର ୫ ଟା ରୁ ଆରମ୍ଭ ହେଉଛି ଯାଞ୍ଚ ପ୍ରକ୍ରିୟା।

 

Leave A Reply

Your email address will not be published.