ଓଡ଼ିଆ ନ୍ୟୁଜ୍: ଅଫିସ୍ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ।ଚାନ୍ଦବାଲି ତହସିଲ ସାରଣା ନିରୀକ୍ଷକ କାର୍ଯ୍ୟାଳୟରେ RIଙ୍କୁ ମାଡ଼।ବେଆଇନ କାର୍ଯ୍ୟ କରିବାକୁ ମନା କରିବାରୁ ନିର୍ଧୂମ ଛେଚିଲେ ଯୁବକ।ଚାନ୍ଦବାଲି ଥାନା ଓ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କଲେ RI।ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା RI କାର୍ଯ୍ୟାଳୟରେ। କୌଣସି କାରଣରୁ RIଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଆରଆଇ ତାପସ ରଞ୍ଜନ ଜେନାଙ୍କୁ ସେ ଅତର୍କିତ ଆକ୍ରମଣ କରିଥିଲେ l
ଅଫିସ୍ ଭିତରେ ପସି RI ବା ରାଜସ୍ବ ନୀରିକ୍ଷକଙ୍କୁ ମାଡ଼ …. ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଲେ ବ୍ୟକ୍ତି …. । ଏପରି କି ଅଫିସ ଭିତରୁ ବାହରକୁ ଘୋଷାଡ଼ି ଆଣି ମାଡ଼ ମାରି ଚାଲିଲେ ବ୍ୟକ୍ତି ।… ସିସିଟିଭିରେ ରେକର୍ଡ ହୋଇଛି ଏହି ଦୃଶ୍ୟ । ଆର ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗାଁର ସୁବାସ ଦାସ ନାମକ ଜଣେ ଯୁବକ ଆରଆଇ ଅଫିସକୁ ଆସିଥିଲେ।