୨୦ ଯାଏ ରାଜ୍ୟରେ କଳାବୈଶାଖୀ!

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହି ସମୟରେ ପବନର ବେଗର ୬୦ରୁ ୭୦ କିମି ବେଗରେ ରହିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଛି । ଏହାଛଡ଼ା ଏକ ଗୁରୁଚାପ ମଧ୍ୟ ରହିଛି । ଯାହା କି କାଳବୈଶାଖୀ କରାଇବାରେ ସହଯୋଗ କରିଛି । ୧୮ ଓ ୧୯ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ ବୋଲି କହିଛନ୍ତି ସୋଇ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ୨୦ ତାରିଖରେ ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। ୨୧ ରେ ଉତ୍ତର ଓଡିଶାରେ ଘଡଘଡି ସହ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୨୧ ଓ ୨୧ରେ କିଛି କିଛି ସ୍ଥାନରେ କାଳବୈଶାଖୀ ଯୋଗୁ ପବନର ବେଗ ୫୦ ରୁ ୬୦ ରହିବ । ଏପିରିକି କିଛି ସ୍ଥାନରେ ପବନର ବେଗ ୭୦ କିମି ରହିବାର ସମ୍ଭାବନା ରହିଛି ।

 

Leave A Reply

Your email address will not be published.