ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ଦୁଇ ଅଭିଯୁକ୍ତ ୬ ଦେଶର କୋକେନ ପେଡଲରଙ୍କ ସହ ଅଛି ସମ୍ପର୍କ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣାରେ ବାହାର ଦେଶର ଲିଙ୍କ୍‌ ରହିଛି। ଦୁଇ ଅଭିଯୁକ୍ତ ୬ ଦେଶର ପେଡଲରଙ୍କ ସହ ଯୋଗାଯୋଗରେ ଥିଲେ । ଚୀନ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ , ଥାଇଲାଣ୍ଡ ଓ ଆମେରିକାର ପେଡଲରଙ୍କ ଯୋଗାଯୋଗରେ ଥିଲେ ଦୁଇ ଅଭିଯୁକ୍ତ ସନ୍ନି ଓ ରବି। ଫରେନ୍‌ ପେଡଲରଙ୍କ ଜରିଆରେ ଯୋଗାଯୋଗରେ ରହି କୋକେନ୍‌ ସପ୍ଲାଏ ପାଇଁ ତିଆରି କରୁଥିଲେ ନେଟ୍‌ୱର୍କ। ନିୟମିତ ଭାବେ ଯୋଗାଯୋଗରେ ରହି ଡ୍ରଗ୍‌ ନେଟୱର୍କ ବଢାଇବାକୁ ଧିରେ ଧିରେ ବିଭିନ୍ନ ଗ୍ରୁପ୍‌ ଜରିଆରେ ବଢାଇଥିଲେ ସପ୍ଲାଏ ଚେନ୍‌। ପୁରୀ ସହ ଲିଙ୍କ୍‌ ଥିଲା। ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ୍‌ ବିକ୍ରି କରିଥିବା ସନ୍ଦେହ କରାଯାଉଛି।

ଗିରଫ ଦୁଇ ଅଭିଯୁକ୍ତ ସନ୍ନି କୁମାର ଓ ରବି ସିଂକୁ ଗତକାଲି ଜେରା କରିଛି ଏନସିବି ଟିମ୍‌ । ତା ସହ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଦୁଇ ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ବାହାର କରୁଛି । ଦକ୍ଷିଣ ଆଫ୍ରିକା ଲିଙ୍କ ନେଇ ଖୋଳତାଡ଼ ଚାଲିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦକ୍ଷିଣ ଆଫ୍ରିକା କରେନ୍‌ସୀ ମିଳିଥିଲା

Leave A Reply

Your email address will not be published.