ଶନିବାର ରାଜ୍ୟରେ ପାଳନ ହେବ ଇଦ୍‌

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ଶନିବାର ରାଜ୍ୟରେ ପାଳନ ହେବ ଇଦ୍‌-ଉଲ୍‌-ଫିତର୍।ଆଜି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖାନଯିବା ଯୋଗୁଁ ନିଷ୍ପତ୍ତି। ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ କମିଟିର ସୂଚନା।ଆସନ୍ତାକାଲି ପବିତ୍ର ରମଜାନ୍‌ ମାସର ଶେଷ ଦିନ ବୋଲି ଘୋଷଣା। ଆସନ୍ତାକାଲି ରମଜାନ ମାସର ଶେଷ ଦିନ ହୋଇଥିବା ବେଳେ ଶେଷ ଉପାସ ରଖିବେ ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ । ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ କରାଯାଇଛି ଏହି ଘୋଷଣା । ତେବେ ଇସଲାମ ଧର୍ମର ସବୁଠାରୁ ବଡ ପର୍ବ ହେଉଛି ଏହି ଇଦ୍ ଉଲ୍ ଫିତର । ରମଜାନ ମାସର ଏକ ମାସ ଧରି ଇସଲାମ ଧର୍ମାବଲମ୍ବୀ ବ୍ୟକ୍ତିମାନେ ଉପାସ ରଖିବା ସହ ପ୍ରାର୍ଥନା କରନ୍ତି । ଏହା ସହିତ ଏହି ପବିତ୍ର ମାସରେ ପ୍ରଚୁର ମାତ୍ରାରେ ଦାନ ଦକ୍ଷିଣା ମଧ୍ୟ ଦିଅନ୍ତି । ତେବେ ଏକ ମାସ ଧରି ଉପାସ ରଖିବା ପରେ ଆଡ଼ମ୍ବର ସହ ପାଳନ କରାଯାଉଛି ଇଦ୍ ଉଲ୍ ଫିତର ।

Leave A Reply

Your email address will not be published.