ଭୁଆଶୁଣି ଡମ୍ପିଂୟାର୍ଡ ଠାରେ ତିଆରି ହେବ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁଆଶୁଣି ଡମ୍ପିଂୟାର୍ଡ ଠାରେ ବିଏମସିର ବାୟୋ ମାଇନିଂ ପ୍ଲାଣ୍ଟ ତିଆରି ହେବା ନେଇ ବାଟ ସୁଗମ ହେଲା। ଆଜି ବିଏମସି କାର୍ୟ୍ଯାଳୟ ଠାରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ବିଏମସି ମେୟରଙ୍କ ଆଲୋଚନା ପରେ ଏହା ସଫଳ ହେଲା। ଆସନ୍ତା ମେ ୩ ତାରିଖରୁ ଭୁଆଶୁଣି ଡ଼ମ୍ପିଙ୍ଗ ୟାର୍ଡରେ ଆରମ୍ଭ ହେବ ବାୟୋମାଇନିଂ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ। ଡ଼ମ୍ପିଂ କୁ ବିରୋଧ କରି ଦାରୁଠେଙ୍ଗ ପଞ୍ଚାୟତବାସୀ ପ୍ଲାଣ୍ଟ କାର୍ଯ୍ୟକୁ ବିରୋଧ କରୁଥିଲେ। ଆଜି ମେୟର ସୁଲୋଚନା ଦାସଙ୍କ ସହ ଜଟଣୀ ବିଧାୟକ ସୁର ରାଉତରାୟ, ଭୁବନେଶ୍ୱର ବ୍ଲକ ଉପାଧ୍ୟକ୍ଷ ଅଜିତ ହରିଚନ୍ଦନ ଓ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଆଲୋଚନା କରିଥିଲେ।

ଡ଼ମ୍ପିଙ୍ଗ ପାଇଁ ଅନ୍ୟ ବିକଳ୍ପ ପନ୍ଥା ଗ୍ରହଣ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ସହମତି ପ୍ରକାଶ ପାଇଛି। ବିଏମସି ପକ୍ଷରୁ ମୋଟ ୪୩ ଟି ଏମସିସି ମଧ୍ୟରୁ ୩୦ ଟି କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ୭ ଟିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି। ଖୁବଶୀଘ୍ର ସମସ୍ତ ୪୩ ଟି ଏମସିସି କାର୍ଯ୍ୟ ଶେଷ ସହ ଭୁବନେଶ୍ୱରର ଆବର୍ଜନା ବାହାରକୁ ନେବାକୁ ପଡିବ ନାହିଁ। ଏଣୁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଲୋଡ଼ିବା ସହ ଆଜି ପର୍ଯ୍ୟନ୍ତ ସହଯୋଗର ହାତ ବଢାଇଥିବାରୁ ସେମାନଙ୍କୁ ମେୟର କୃତଜ୍ଞତା ଜଣାଇଛନ୍ତି।

 

Leave A Reply

Your email address will not be published.