ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ୯୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ।ଏନେଇ ଗୃହରେ ତଥ୍ୟ ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍ଅପ୍ କରିଥିଲେ।ମାତ୍ର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ ହଜାର ୯୪୬ ଛାତ୍ରଛାତ୍ରୀ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ହାର ୧.୮୧ ପ୍ରତିଶତ। ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । ଡେସ୍କ ଓ ବେଞ୍ଚ୍ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ୍ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ଏବର୍ଷ ପରୀକ୍ଷା ଦେଇନାହାନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଉଭାନ ହୋଇଗଲେ ୯୯୩୦ ଛାତ୍ରଛାତ୍ରୀ । ଚଳିତ ବର୍ଷ ୫,୪୬,୮୭୬ ପିଲା ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫୩୬୯୪୬ ଛାତ୍ରଛାତ୍ରୀ । ଯାହା ୧.୮୧% ଅନୁପସ୍ଥିତ ପିଲାଙ୍କ ହାର । ଗୃହରେ ଏହି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।