ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇଲେ ଚାଷୀ

0

ଓଡ଼ିଆ ନ୍ୟୁଜ୍: ମଣ୍ଡିରୁ ଉଠୁନି ଧାନ; ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋ।ତିହିଡ଼ି ବ୍ଲକ୍‌ ଚାରିତରଫ ଛକରେ ଧାନ ବସ୍ତା ପକାଇ ଚାଷୀଙ୍କ ଆନ୍ଦୋଳନ। ରାସ୍ତା ଅବରୋଧ ସମୟରେ ତହସିଲଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଲେ।ଚାରିତରଫ ସୋସାଇଟି ମଣ୍ଡିରୁ ମିଲର ଧାନ ଉଠାଉନଥିବା ଅଭିଯୋଗ।

ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ଚାରିତରଫ ନିକଟରେ ଚାଷୀ ମାନେ ଧାନ ବସ୍ତା ରାସ୍ତା ମଝିରେ ରଖି ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍ ହୋଇପଡିଛି । ରାସ୍ତାର ଦୁଇ ପଟେ ଗାଡି ଲମ୍ବା ଲାଇନ୍ ଲାଗି ରହିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗଦି ଚାରିତରଫ ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନେ ମଣ୍ଡିକୁ ଧାନ ଆଣିଥିଲେ । କିନ୍ତୁ କିଛି ଦିନ ଧରି ଧାନ ଉଠା ହେଉନଥିବାରୁ ଚାଷୀ ମାନେ ଭାରି ସମସ୍ୟାରେ ପଡ଼ିଛନ୍ତି । ବର୍ଷା ଓ ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ି ରହିବାରୁ ଧାନ ନଷ୍ଟ ହେବାର ଆଶଙ୍କା ବଢ଼ିଛି । ଚାଷୀ ମାନଙ୍କ ଅଭିଯୋଗ ଅନୁସାରେ, ଟୋକନ ମିଳିଥିଲେ ମଧ୍ୟ ସମୟରେ ଧାନ ବିକ୍ରି କରିପାରୁନଥିବାରୁ ସେମାନେ ଆର୍ଥିକ ଚାପରେ ପଡ଼ିଛନ୍ତି ।

Leave A Reply

Your email address will not be published.