ଓଡ଼ିଆ ନ୍ୟୁଜ୍: ଓଏସ୍ଆର୍ଟିସି ଅଫିସ୍ ଆଗରେ ଡ୍ରାଇଭର୍ଙ୍କ ମୃତଦେହ। କ୍ଷତିପୂରଣ ସହ ପରିବାର ସଦସ୍ୟଙ୍କୁ ଚାକିରି ଦାବିରେ ସ୍ତ୍ରୀ ଓ ଝିଅଙ୍କ ଧାରଣା। ଗତରାତିରେ ପଶ୍ଚିମବଙ୍ଗର ମେଦିନପୁର ନିକଟରେ ଡ୍ରାଇଭରଙ୍କ ମୃତ୍ୟୁ।ଦୁର୍ଘଟଣାରେ ମୃତ୍ୟୁ ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଲା ମୃତଦେହ। ମୃତ ଡ୍ରାଇଭର୍ଙ୍କ ଘର କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଅଂଚଳରେ।
ଖବର ଅନୁଯାୟୀ, ପୁରୀରୁ କଲିକତା ଅଭିମୁଖେ ଯାଉଥିଲା OSRTC ବସ୍। ଦୁଇଜଣ ଡ୍ରାଇଭର ବସରେ ଥିଲେ । ପ୍ରମୋଦ ସାମାନ୍ୟ କ୍ଲାନ୍ତ ଅନଭବ କରିବାରୁ କରିବାରୁ ଫ୍ରେସ ହେବାକୁ ଯାଇଥିବା ସମୟରେ ଏକ ବାଇକ ଆସି ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରମୋଦ ମହାପାତ୍ରଙ୍କ ତିନି ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ଦୁର୍ଭାଗ୍ୟର କଥା ଯେ ଦୁର୍ଘଟଣା ଘଟିଥିବା ସ୍ଥାନରେ ସଂସ୍ଥା ତରଫରୁ କୌଣସି ଅଧିକାରୀ ପହଞ୍ଚି ପାରିନଥିଲେ । ପରିବାର ଲୋକଙ୍କୁ କୌଣସି ଖବର ବି ଦେଇନଥିଲେ ।