ପ୍ରତାପଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣା, ୨ଗିରଫ

0

ଓଡ଼ିଆ ନ୍ୟୁଜ୍: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣା।୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ।ସିଦ୍ଧାର୍ଥ ସ୍ବାଇଁ ଓ ଦେବୀପ୍ରସାଦ ଲେଙ୍କା ଗିରଫ; ଉଭୟ କୋର୍ଟ ଚାଲାଣ।ଉଭୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ଥିଲେ, କାଲି ନିଲମ୍ବିତ ହୋଇଥିଲେ।

ଶୁକ୍ରବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଠାରୁ କିଛି ଦୂରରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସରେ କିଛି ଯୁବକ ପଶି ଉନ୍ମତ୍ତ କାଣ୍ଡ ଘଟାଇଥିଲେ । ଏମିତି କି ବ୍ଲାଙ୍କ୍ ଫାୟାରିଂ କରିଥିଲେ । ସେହି ସମୟରେ ସେଠାରେ କୌଣସି ପାଟ୍ରୋଲିଂ ନଥିଲା । ଏଭଳି ଅଭିଯୋଗ ଆଣିଥିଲା ବିଜେଡି । ଯଦି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ ବୋଲି ବିଜେଡି ଚେତାବନୀ ଦେଇଥିଲା । ଏମାନେ ସବୁ ସମାଜରେ ନିନ୍ଦିତ, ଲୋକେ ବି ଛି ଛି କଲେଣି । ଏବେ ସବୁ କିଛି ପଦାରେ ପଡିଯାଇଛି । ନିଜ ସ୍ୱାର୍ଥ ପାଇଁ ବାଙ୍କୀବାସୀଙ୍କ ସହ ଛଳନା କରିଛନ୍ତି । ଲୋକଙ୍କ ଦ୍ୱାରା ନିନ୍ଦିତ ହେଉଛନ୍ତି । ଏଥିରୁ ନିବୃତ ରୁହନ୍ତୁ ନହେଲେ ପରିସ୍ଥିତି ଭୟାବହ ହେବ ବୋଲି ବିଜେଡି ସଭାପତି ଚିନ୍ମୟ ସାହୁ କହିଥିଲେ ।

Leave A Reply

Your email address will not be published.