ନିଷ୍କ୍ରିୟ କରାଗଲା ୨ ଲ୍ୟାଣ୍ଡମାଇନ୍

0

ଓଡ଼ିଆ ନ୍ୟୁଜ୍: ୨ଟି ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ବମ୍ ସ୍କ୍ବାଡ୍।କୋଟଗଡ଼ ଗଙ୍ଗେରୀସରୁ ଜଙ୍ଗଲରେ ୨ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ।ସିଆର୍‌ପିଏଫ୍ ଓ କନ୍ଧମାଳ ପୋଲିସର ମିଳିତ କମ୍ବିଂ ବେଳେ ସଫଳତା।ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ।

ସିଆରପିଏଫ୍ ୧୨୭ ବାଟାଲିୟନ କୋଟଗଡ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । କୋଟଗଡ଼ ଥାନା ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଙ୍ଗେରୀ ସରୁ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ଆଧାରରେ ସିଆରପିଏଫ ଓ କନ୍ଧମାଳ ଏସଓଜିର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ବିପୁଳ ପରିମାଣରେ ମାଓ ପୁସ୍ତିକା, ମେଡିସିନ, ସୋଲାର ପେନାଲ, ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଛି । କୋଟଗଡ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ମିଳିଛି ।

Leave A Reply

Your email address will not be published.