ଓଡ଼ିଆ ନ୍ୟୁଜ୍: ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର।କନକ ପରମେଶ୍ଵରୀ ମନ୍ଦିର ନିକଟରେ ଭୋର୍ ସମୟରେ ଦୁର୍ଘଟଣା। ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣା। ଭାଙ୍ଗିଗଲା ଘର କାନ୍ଥ ଓ ଆଜବେଷ୍ଟସ୍; ଅଳ୍ପକେ ବର୍ତ୍ତିଲେ ୩ ପରିବାର।
ଖବର ଅନୁଯାୟୀ, ରବିବାର ଭୋରରେ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କର୍ ବିଶାଖାପାଟଣା ଠାରୁ ଝାରସୁଗୁଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କନକ ପରମେଶ୍ୱର ମନ୍ଦିର ନିକଟରେ ଘର ଭିତରକୁ ପଶିଯାଇଥିଲା । ୩ ଟି ଘରର କାନ୍ଥ ଓ ଆଜବେଷ୍ଟ ଓ ଆସବାବପତ୍ର ଭାଙ୍ଗି ନଷ୍ଟ ହୋଇଯାଇଛି।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। କେଉଁ ଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଦୁର୍ଘଟଣା କେତେ ଜଣ ଆହତ ହୋଇଛନ୍ତି । ସେନେଇ ଖୋଳତାଡ଼ କରୁଛି ପୋଲିସ ।