କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା: ୪ ଗିରଫ

0

ଓଡ଼ିଆ ନ୍ୟୁଜ୍: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଗିରଫ। ମୁଖ୍ୟ ଅଭିଯୁକ୍ତ ବସ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ।ପୋଷ୍ଟମର୍ଟମ ରିପୋର୍ଟ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଗତ ୧୮ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ସାଆନ୍ତରାପୁର ଗାଁର ଗଙ୍ଗାଧର ପାତ୍ର ଓରଫ ଜଗା ଏକ କାର୍ ଯୋଗେ ନାବାଳିକା ଛାତ୍ରୀ ଜଣଙ୍କୁ ପଲ୍ଲୀ ଗାଁ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଅଭିଯୁକ୍ତ ଜଗାକୁ ତାଙ୍କ ମାମୁ ପୁଅ ଭାଇସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ । ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.