ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ। ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ। ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ। ରାଜୀବ ଭବନଠାରେ ଶିଶୁ ଯତ୍ନ କେନ୍ଦ୍ର ‘କଳିକା’ ଉଦ୍‌ଘାଟିତ। ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ପ୍ରମୁଖ ସର୍ତ୍ତ: CM। କୌଣସି ଚାଷଜମି ଜଳାଭାବର ଶିକାର ହେବ ନାହିଁ। ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଆମର ସଂକଳ୍ପ।

ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର । ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ । ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ ।

Leave A Reply

Your email address will not be published.