ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୧୫ ମାଓବାଦୀ ଥିବା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଅଞ୍ଚଳରେ ଅଛନ୍ତି ୧୫ ମାଓବାଦୀ।ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ମାଓବାଦୀ ନାହାନ୍ତି: ମୁଖ୍ୟମନ୍ତ୍ରୀ। ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ/ମିଲିସିଆ ଆତ୍ମସମର୍ପଣ କରିଛନ୍ତି’।’କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ ଜିଲ୍ଲା ଭାବରେ ବିବେଚିତ କରାଯାଉଛି’। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓ ମୁକ୍ତ ରାଜ୍ୟ: ମୁଖ୍ୟମନ୍ତ୍ରୀ।
ସେହିପରି ରାଜ୍ୟର ୮ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଜିଲ୍ଲା ଗୁଡ଼ିକୁ Legacy &Thrust ଜିଲ୍ଲା ଭାବରେ ବିବେଚନା କରାଯାଉଛି ।୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ସଂପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ।