ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ: ମୋଦି

0

ଓଡ଼ିଆ ନ୍ୟୁଜ୍: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ପଶ୍ଚିମ ଏସିଆ ପ୍ରସଙ୍ଗରେ ଅଭିଭାଷଣ। ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ କହିଲେ ମୋଦି।ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡ଼ିତ।ପ୍ରଭାବିତ ଦେଶମାନଙ୍କରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି।ଅନେକ ଭାରତୀୟ ନାବିକ ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି।ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସହାୟତା କରୁଛୁ। ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି। ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି।ଏଥିପାଇଁ ଘରୋଇ LPGକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି।ପେଟ୍ରୋଲ, ଡିଜେଲ୍‌ ଯୋଗାଣ ସ୍ବାଭାବିକ ରହିଛି।ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି।ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି।ଯୁଦ୍ଧର ପ୍ରଭାବ ସାରା ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି।ଭାରତ ଉପରେ କମ୍‌ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି। ସରକାର ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରି ନଜର ରଖିଛନ୍ତି।

ଦେଶର କୃଷକଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଚାଲିଛି।ୟୁରିଆ ସାର ଦାମ୍‌ ବିଶ୍ବର ଅନ୍ୟ ଦେଶଠାରୁ କମ୍‌ ରଖାଯାଇଛି। କୃଷକମାନଙ୍କୁ ୨୨ ଲକ୍ଷ ସୋଲାର ପମ୍ପ୍‌ ବଣ୍ଟନ ହୋଇଛି।କୃଷକମାନଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ପାୱାର ପ୍ଲାଣ୍ଟକୁ ଷ୍ଟକ ବଢ଼ାଇବାକୁ କୁହାଯାଇଛି।କୂଟନୀତି ଓ କଥାବାର୍ତ୍ତା ଏହି ସଂକଟ ସମାଧାନର ଏକମାତ୍ର ବାଟ।ଭାରତ ସରକାର ସଂକଟର ସମାଧାନ ପାଇଁ ପ୍ରୟାସ କରୁଛନ୍ତି।ଯୁଦ୍ଧର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି।ଯେଉଁମାନେ ଏଥିରୁ ଫାଇଦା ନେବାକୁ ଚାହୁଁଛନ୍ତି ଛାଡ଼ିବାନି।କଳାବଜାରୀ ପ୍ରତି ମଧ୍ୟ ସଚେତନ ରହିବା- ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.