ଓଡ଼ିଆ ନ୍ୟୁଜ୍: ଗଣତି ମଣତି ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପରେ ସମୀକ୍ଷା ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ। ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଗଣତି ମଣତି ସହ ଜଡ଼ିତ ବ୍ୟକ୍ତିବିଶେଷ ସାମିଲ। SOP ଅନୁସାରେ ୨୫ ତାରିଖ ଶୁଭ ବେଳାରୁ ଆରମ୍ଭ ହେବ ଗଣତି ମଣତି।
ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ରହିଛି ଶ୍ରୀମନ୍ଦିର । ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ପ୍ରାକ୍ ପ୍ରସ୍ତୁତି କରାଯାଉଥିବା ଯୋଗୁଁ ସମୟ ଲାଗିଥିଲା । ତେବେ ରତ୍ନ ଅଳଙ୍କାରର ଗଣତି ମଣତିର ପ୍ରତିଟି କାର୍ଯ୍ୟ ସୁରୁଖୁରୁରେ କରାଯିବ । ଏଥିପାଇଁ ବିଶେଷଜ୍ଞ ଟିମ୍ ନିୟୋଜିତ ହୋଇଛନ୍ତି। ସମସ୍ତ କାର୍ଯ୍ୟର ଫଟୋଗ୍ରାଫି କରାଯିବ । ଠାକୁରଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ନହେବ ସେନେଇ ଗୁରୁତ୍ବ ଦିଆଯାଇଛି । ଗଣତି ମଣତି କାର୍ଯ୍ୟ କେବେ ସରିବ ତାହା କହିହେବ ନାହିଁ । ନିର୍ଦ୍ଧିଷ୍ଟ ସମୟ କହିବା ଠିକ୍ ହେବ ନାହିଁ।
ଯେଉଁମାନେ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟରେ ରହିବେ SOPକୁ ସମସ୍ତେ ଅନୁପାଳନ କରିବେ। ୧୯୭୮ ମସିହା ତାଲିକା ଅନୁସାରେ ଗଣତି କରାଯିବ। ଦୁର୍ମୁଲ୍ୟ ରତ୍ନ ଥିବାରୁ ଜେମୋଲୋଜିଷ୍ଟ ଦୁଇଜଣଙ୍କୁ ରଖାଯାଇଛି ଟିମରେ ।