ମୋଷ୍ଟ ୱାଣ୍ଟେଡ ମାଓବାଦୀ ଶୁକ୍ରୁର ଆତ୍ମସମର୍ପଣ

0

ଓଡ଼ିଆ ନ୍ୟୁଜ୍: ଆତ୍ମସମର୍ପଣ କଲା ଟପ୍ ମାଓ ନେତା ଶୁକ୍ରୁ।ଶୁକ୍ରୁ ନାଁରେ ପୂର୍ବରୁ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର।କନ୍ଧମାଳରେ ଆତ୍ମସମର୍ପଣ କରିଥିବା ସୂଚନା।ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା।ଆସନ୍ତାକାଲି ଶୁକ୍ରୁର ବିଧିବଦ୍ଧ ଆତ୍ମସମର୍ପଣ।

ସୂଚନାଯୋଗ୍ୟ, କନ୍ଧମାଳରେ ବେଶ୍‌ ସକ୍ରିୟ ଥିଲା ନକ୍ସଲ ନେତା ଶୁକ୍ରୁ। ଏଇଟ୍‌ଥ କମ୍ପାନୀ ନାଁରେ ନୂଆ ସଂଗଠନ ମଧ୍ୟ ଚଳାଇଥିଲା ଶୁକ୍ରୁ। ଖାଲି ସେତିକି ନୁହେଁ ଆତ୍ମସମର୍ପଣ କରିବାକୁ ଚାହୁଥିବାରୁ ସେ ତା’ର ସାଥୀ ନକ୍ସଲ ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲା। ତେବେ ଶୁକ୍ରୁ ଆତ୍ମସମର୍ପଣ କରିଥିବା ବେଳେ ଏବେବି ଶିଲା ସମେତ ୬ ଜଣ ନକ୍ସଲଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍‌ କରୁଛନ୍ତି ସୁରକ୍ଷା କର୍ମୀ। ତେଣୁ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ପୋଲିସର ଏହି ସୀମାନ୍ତବର୍ତ୍ତୀ ଜଙ୍ଗଲରେ ବଡ଼ କମ୍ବିଂ ଅପରେସନ ଜାରି ରହିଛି। SOG, CRPF ଏବଂ BSF ଯବାନ ମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଛନ୍ତି।

Leave A Reply

Your email address will not be published.