ଓଡ଼ିଆ ନ୍ୟୁଜ୍: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଳା ଟି-ସାର୍ଟ ପିନ୍ଧି ବିରୋଧୀ ବିଧାୟକଙ୍କ ନାରାବାଜି।ବିରୋଧୀ ସଦସ୍ୟମାନେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛନ୍ତି । ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଯାହାଫଳରେ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ବିଧାନସଭା ବଜେଟ୍ ଅଧିବେଶନ । ବୁଧବାର କାର୍ଯ୍ୟ ଦିବସ ଆରମ୍ଭ ହେବା ମାତ୍ରେ ବିରୋଧୀ କରିଥିଲେ ହଟ୍ଟଗୋଳ । ଗୃହ ମଧ୍ୟଭାଗକୁ ବିରୋଧ କରିଥିଲେ ବିରୋଧୀ । ସବୁ ଦିନ ପ୍ଲାକାର୍ଡ ଧରି ବିକ୍ଷୋଭ କରୁଥିବା ବେଳେ ବୁଧବାର ବିରୋଧୀ ଆପଣାଇଥିଲେ ନୂଆ ପନ୍ଥା । ପ୍ଲାକାର୍ଡ ଏବଂ ହଟ୍ଟଗୋଳ ବଦଳରେ ବିରୋଧୀ ସଦସ୍ୟ ପିନ୍ଧିଥିଲେ କଳା ପୋଷାକ । ଯେଉଁଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଲେଖାଥିଲା । ଗୃହ ମୁଲତବୀ ପରେ ବିରୋଧୀ ସଦସ୍ୟମାନେ ବିଧାନସଭା ପରିସରରେ କରିଥିଲେ ପ୍ରତିବାଦ । ସରକାରଙ୍କୁ ଏସ୍ସିବି ପୋଡ଼ି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏହାସହ ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଉନାହାନ୍ତି , ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।