ମୁଣ୍ଡିଆ ମାରି ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି।ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ। ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତ।ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ହେବ ଅଳଙ୍କାର ଗଣତି। ଗଣତିମଣତି ବେଳେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ।୧୯୭୮ ମସିହା ତାଲିକା ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍।

ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି । ଜିଓଲୋଜିଷ୍ଟ, ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ ମଧ୍ୟ ଟିମ୍‌ରେ ସାମିଲ ଅଛନ୍ତ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ଟିମ୍ । ଗଣତି ମଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଳଙ୍କାର ଗଣତି ମଣତି ହେବ । ଏହି ସମୟରେ ବାହାର କାଠରୁ ଦର୍ଶନ କରିବେ ଭକ୍ତ । ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ । ୧୯୭୮ ମସିହା ତାଲିକା ସହ ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।

 

Leave A Reply

Your email address will not be published.