ଓଡ଼ିଆ ନ୍ୟୁଜ୍: ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ଫେରିଲେ।ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ରଘୁନାଥ। ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରଘୁନାଥ।ପୂର୍ବରୁ ବିଜେଡି ଟିକେଟରେ ଜୀବନ ବାଲେଶ୍ୱରରୁ ବିଧାୟକ ନିର୍ବାଚିତ ହୋଇଥିଲେ।
ଦୁଇ ନେତାଙ୍କ ଆଗମନ ବାଲେଶ୍ଵର ବିଜେଡିକୁ ମଜବୁତ କରିବାରେ ସହାୟକ ହୋଇପାରେ। ଦୁଇ ନେତା ସେହି ସମୟରେ ବିଜେଡିକୁ ଫେରିଛନ୍ତି ଯେଉଁ ସମୟରେ ବାଲେଶ୍ଵରର ଟାଣୁଆ ନେତା ରବୀନ୍ଦ୍ର ଜେନା କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତାଙ୍କ ପତ୍ନୀ ତଥା ବସ୍ତା ବିଧାୟକ ସୁବାସିନୀ ଜେନା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଆଗାମୀ ଦିନରେ ସେ ବିଜେଡି ଛାଡିବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ରଘୁନାଥ ମହାନ୍ତିଙ୍କ ପରି ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କ ଘରବାହୁଡ଼ା ବିଜେଡି ଶିବିରକୁ କିଛିଟା ଆଶ୍ଵସ୍ତି ଦେବ।