ଓଡ଼ିଆ ନ୍ୟୁଜ୍: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍।ନୀଳଚକ୍ର ଚତୁଃପାର୍ଶ୍ବରେ ଘୂରି ବୁଲିଲା ଡ୍ରୋନ୍।ଅପରାହ୍ନ ୫ଟା ୨୩ ମିନିଟରେ ଉଡ଼ିଲା ଡ୍ରୋନ୍। ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନବାଚୀ।ଗଣତିମଣତି ବେଳେ ଏଭଳି ଡ୍ରୋନ୍ ଉଡ଼ିବାରୁ ଖୁବ୍ ଚର୍ଚ୍ଚା।
ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ ଡ୍ରୋନ ଉଡ଼ିବା ସମୟରେ ବାନା ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି । କହିରଖୁଛୁ କି, ୪୮ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯଆଇଥିବା ବେଳେ ଆଜି ଗଣତିମଣତି କରାଯାଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତିମଣତି ଜାରି ରହିଛି ।
କିଛି ସମୟ ଧରି ଉଡ଼ିବା ସହ ନୀଳଚକ୍ର ର ଚାରିପାଖେ ବୁଲିବା ପରେ ଗୋଟିଏ ଡ୍ରୋନ ବଡ ଦାଣ୍ଡ ଆଡ଼କୁ ଆସି କେଉଁ ଆଡେ ଚାଲିଯାଇଥିବା ବେଳେ ଅନ୍ୟ ଡ୍ରୋନଟି କିଛି ସମୟ ଉଡି ମାଟି ମଣ୍ଡପ ସାହି ଆଡକୁ ଯାଇଥିଲା । ତେବେ ପୋଲିସ ଡ୍ରୋନଟିକୁ ଜବତ୍ କରିବା ସହ ଦୁଇଜଣଙ୍କୁ ଏ ନେଇ ଅଟକ ରଖିଥିବା ସୂଚନା ପ୍ରଦାନ କରିଛି ।ତେବେ ଅନ୍ୟ ଡ୍ରୋନଟି ପୋଲିସର ବୋଲି ଅନୁମାନ କରାଯାଉଛି । ଅଟକ ଦୁଇଜଣ ହେଲେ ସମ୍ରାଟ ବିଶ୍ୱାସ ଓ କଲ୍ୟାଣ ଦାସ। ଦୁଇଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲାର ବୋଲି ଜଣା ପଡ଼ିଛି ।