ଓଡ଼ିଆ ନ୍ୟୁଜ୍: ଯାଜପୁରରେ କାଳବୈଶାଖୀର ତାଣ୍ଡବ; ଭାଙ୍ଗିଲା ମହୋତ୍ସବ ଟେଣ୍ଟ।ଯଯାତି ମହୋତ୍ସବ ପାଇଁ ନିର୍ମିତ ଟେଣ୍ଟ ବର୍ଷା ପବନରେ ଭାଙ୍ଗି ପଡ଼ିଲା। ସୁଭଦ୍ରା ଶକ୍ତି ମେଳା ପାଇଁ ହୋଇଥିବା ଷ୍ଟଲ୍ ମଧ୍ୟ ଭାଙ୍ଗି ଛିନ୍ଛତ୍ର। ବ୍ୟବସାୟ ପାଇଁ ଆସିଥିବା ଅନେକ ସାମଗ୍ରୀ ବର୍ଷା ପବନରେ ନଷ୍ଟ। ଆନନ୍ଦପୁରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।ଚାଳ ଛପର ଘର ଭାଙ୍ଗିଲା, କିଛି ସ୍ଥାନରେ ଉପୁଡ଼ିଲା ଗଛ।
ପାଣିପାଗ ସୂଚନା ଅନୁସାରେ ଆଜି ୨୪ ଘଣ୍ଟାରେ ବର୍ଷା ଘଡ଼ଘଡ଼ି ସହ ଝଟକା ପବନ ପାଇଁ ୮ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିଲା। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।
ଆସନ୍ତାକାଲି ପାଇଁ କୌଣସି ସତର୍କତା ଜାରି କରାଯାଇନଥିବା ନାହିଁ । ୨୭ରୁ ୨୮ ତାରିଖ ମଧ୍ୟରେ ୧୬ ଟି ଜିଲ୍ଲାକୁ ବଜ୍ରପାତ ଓ ବିଜୁଳି ସହ ଝଟକା ପବନ ପାଇଁ ଆଲର୍ଟ ଜାରି ହୋଇଛି । ସେହିଭଳି ୨୮ରୁ ୨୯ ତାରିଖ ପାଇଁ ୮ଜିଲ୍ଲାକୁ ସତର୍କ କରାଯାଇଛି । ଏପଟେ ଆଗାମୀ ୨ ଦିନରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବାର ଆକଳନ କରିଛି ପାଣିପାଗ ବିଭାଗ ।