ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ରାମନବମୀ, ଉତ୍ସବ ମୁଖର ସାରା ରାଜ୍ୟ। ଶ୍ରୀରାମଙ୍କ ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ।ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି । ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆସ୍ଥାର ବହୁଛି । ସକାଳୁଠାରୁ ମନ୍ଦିରମାନେ ଭକ୍ତମାନଙ୍କର ଲମ୍ବା ଲାଇନ । ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ଶ୍ରଦ୍ଧାଳୁମାନେ । ପୂଜାର୍ଚ୍ଚନା, ଭଜନ କୀର୍ତନ ଓ ରାମାୟଣ ପାଠରେ ମଗ୍ନ ହୋଇଯାଇଛି ସମଗ୍ର ପରିବେଶ ।
ଶ୍ରୀରାମଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ମନ୍ଦିର ମାନଙ୍କରେ ବିଶେଷ ନୀତିକାନ୍ତି କରାଯାଉଛି । ଘଣ୍ଟା ଧ୍ୱନି ଓ ଶଙ୍ଖ ନାଦରେ କମ୍ପିଉଠୁଛି ମନ୍ଧିର ପରିବେଶ । ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଚରଣରେ ନମନ କରୁଛନ୍ତି । ରାମ ନବମୀ କେବଳ ଏକ ପର୍ବ ନୁହେଁ, ଏହା ଧର୍ମ, ସତ୍ୟ ଓ ନୀତିର ପଥରେ ଚାଲିବାର ପ୍ରେରଣା । ଏହି ପବିତ୍ର ଦିନରେ ଭକ୍ତମାନେ ମନରେ ଭଲପାଇବା, ଶାନ୍ତି ଓ ସଦଭାବର ଦୀପ ଜ୍ୱାଳାଉଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଥିବା ରାମ ମନ୍ଧିରରେ ସକାଳୁ ଭକ୍ତ ମାନଙ୍କ ସମାଗମ ଆରମ୍ଭ ହୋଇଛି । ରାମ ମନ୍ଧିରରେ ଆଜିର ଦିନରେ ବେଶ ଭିଡ଼ ଦେଖିବାକୁ ମିଳେ ।