ଖରା ଛୁଟି ପୂର୍ବରୁ ପିଲାଙ୍କୁ ମିଳିବ ସ୍କୁଲ ଡ୍ରେସ

0

ଓଡ଼ିଆ ନ୍ୟୁଜ୍: ଖରାଛୁଟି ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବଣ୍ଟନ କର ୟୁନିଫର୍ମ । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଭଳି ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପୂର୍ବ ଶିକ୍ଷାବର୍ଷରେ ପୋଷାକ ଦେବାରେ ହୋଇଥିଲା ବିଳମ୍ବ ହୋଇଥିବାରୁ ଏଥର ଛୁଟି ପୂର୍ବରୁ ପୋଷାକ ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୂର୍ବ ଶିକ୍ଷାବର୍ଷରେ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କ୍ରୟ, ସିଲେଇ ଓ ବଣ୍ଟନରେ ଅତ୍ୟଧିକ ବିଳମ୍ବ ହେଉଥିବା ବିଭାଗର ଦୃଷ୍ଟିକୁ ଆସିଛି । ଏଭଳି ବିଳମ୍ବ କେବଳ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅସୁବିଧାର ପକାଉନି ବରଂ ପିଲାଙ୍କ ଭିତରେ ଯେଉଁ ସମାନତା ଭାବନା ସୃଷ୍ଟି କରିବାର ଉଦ୍ଦେଶ୍ୟ ରହିଛି ତାହା‌ ପୂରଣ ହେଉନି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ୨୦୨୬-୨୭ ଶିକ୍ଷାବର୍ଷରେ ସମୟାନୁସାରେ ପୋଷାକ ବିତରଣ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.