ଓଡ଼ିଆ ନ୍ୟୁଜ୍: ପବିତ୍ର ରାମ ନବମୀ: ଉତ୍ସବ ମୁଖର ଅଯୋଧ୍ୟା।ରାମଲାଲଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।ସୂର୍ଯକିରଣରେ ଝଲସିଲା ରାମଲାଲଙ୍କ ତିଲକ।ଭକ୍ତ ଦେଖିଲେ ଦିବ୍ୟ ସୂର୍ଯ୍ୟ ତିଳକ ସମୟର ଅଦ୍ଭୂତପୂର୍ବ ଦୃଶ୍ୟ।ରାମ ନାମରେ ପ୍ରକମ୍ପିତ ହେଉଛି ପୂରା ଅଯୋଧ୍ୟା ନଗରୀ।
ପ୍ରତିବର୍ଷ ରାମ ନବମୀ ତିଥିରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ସିଧାସଳଖ ଯାଇ ପ୍ରଭୁଙ୍କ କପାଳରେ ପଡ଼ିଥାଏ, ଯାହା ଏକ ପ୍ରକାଶମୟ ତିଳକ ଭଳି ଦୃଶ୍ୟମାନ ହୁଏ । ଏହା ପଛରେ କୌଣସି ବିଦ୍ୟୁତ୍ ବ୍ୟବହାର କରାଯାଇ ନାହିଁ । ରୁରକି ଏବଂ ବେଙ୍ଗାଲୁରୁର ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଅପ୍ଟୋ-ମେକାନିକାଲ୍ ସିଷ୍ଟମ୍ ତିଆରି କରିଛନ୍ତି । ଏଥିରେ ଦର୍ପଣ ଏବଂ ଲେନ୍ସ ବ୍ୟବହାର କରି ସୂର୍ଯ୍ୟକିରଣକୁ ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚାଯାଇଥାଏ । ଏହି ଆଲୋକ ପ୍ରାୟ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ରହିଥିଲା । ଏହି ତିଳକର ଆକାର ପ୍ରାୟ ୫୮ ରୁ ୭୫ ମିଲିମିଟର ହୋଇଛି । ପ୍ରଭୁ ଶ୍ରୀରାମ ସୂର୍ଯ୍ୟବଂଶୀ ହୋଇଥିବାରୁ, ସୂର୍ଯ୍ୟ ଦେବତା ନିଜେ କିରଣ ମାଧ୍ୟମରେ ତାଙ୍କର ଅଭିଷେକ କରୁଛନ୍ତି ବୋଲି ବିଶ୍ୱାସ କରାଯାଏ ।