ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ

0

ଓଡ଼ିଆ ନ୍ୟୁଜ୍: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ହେବ ଲଟେରୀ। ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।‘ଆବଶ୍ୟକ ପଡ଼ିଲେ ଇଲେକ୍ଟ୍ରୋନିକ ଲଟେରୀ କରାଯିବ, ସ୍ୱଚ୍ଛ ପ୍ରକ୍ରିୟା ହେବ’। ‘ଗତଥର ଲଟେରୀ ପାଇଥିବା ଦୋକାନ ଗୁଡ଼ିକର ସମୟସୀମା ୩୧ରେ ସରୁଛି। ୩ ଷ୍ଟାରରୁ ଅଧିକ ହୋଟେଲରେ ବାର୍‌ର ପ୍ରାବଧନ ଥିବାରୁ ଅନ୍‌ ସପ ଅନୁମତି।ନୂଆ ମଦ ଦୋକାନ ଖୋଲିବ ନାହିଁ କହିଲେ ମନ୍ତ୍ରୀ। ‘ଯେତିକି ଅଫ୍‌ ସପ ଥିଲା, ସେ ସବୁର MGER ସ୍ଥିର ହେବ।

ଉଲ୍ଲେଖଯୋଗ୍ୟ ଯେ, ଏପ୍ରିଲ୍‌ ୧ରୁ ତିନି ବର୍ଷିଆ ନୂଆ ଅବକାରୀ ନୀତି । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ନିଶାମୁକ୍ତି ପାଇଁ ଲାଗୁ ହେବ ସ୍ବତନ୍ତ୍ର ସେସ୍‌ । ଫଳରେ ମଦ ଦର ବଢ଼ିବ । ନୂଆ ଅବକାରୀ ପଲିସିରେ ମଦ ହୋମ୍‌ ଡେଲିଭରି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ପୁରୀ ବଡ଼ଦାଣ୍ଡରେ ମଦ ଦୋକାନ ମନା । ଏପ୍ରିଲ ୧, ୨୦୨୬ରୁ ମାର୍ଚ୍ଚ ୩୧, ୨୦୨୯ ପର୍ଯ୍ୟନ୍ତ ତିନିବର୍ଷିଆ ନୂଆ ଅବକାରୀ ନୀତି ଆଣିଲେ ରାଜ୍ୟ ସରକାର । ନୂଆ ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଅଫ୍‌ ସପ୍‌, ଦେଶୀ ମଦ କିମ୍ବା ଆଉଟ୍‌-ଷ୍ଟିଲ୍‌ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଗ୍ରାମାଞ୍ଚଳରେ ମଧ୍ୟ ନୂଆ ‘ଅନ୍ ସପ୍ ‘ ଦୋକାନ ଖୋଲିବ ନାହିଁ।

ପ୍ରଥମଥର ପାଇଁ ଅବକାରୀ ଶୁଳ୍କ ଉପରେ ୦.୫% ‘ଡି ଆଡିକ୍ସନ ସେସ୍ ’ ଲାଗୁ କରାଯିବ।। ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି ।ଏହି ସେସ୍‌ରୁ ଆସୁଥ‌ିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ। ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେନ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ । IMFL ଓ ଦେଶୀ ମଦ (CL) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି।

Leave A Reply

Your email address will not be published.