କମିବ କି ପେଟ୍ରୋଲ ଓ ଡିଜେଲ ଦର

0

ଓଡ଼ିଆ ନ୍ୟୁଜ୍: ପେଟ୍ରୋଲ ଓ ଡିଜେଲ୍ ଉପରେ ୧୦ ଟଙ୍କା ଲେଖାଏ ଉତ୍ପାଦକ ଶୁଳ୍କ ହ୍ରାସ କରିଥିଲେ। ଏହାପରେ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ହେବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ଖୁଚୁରା ତୈଳ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଖୁବ୍ କମ୍ ରହିଛି। ଓଲଟା ନାୟରା କମ୍ପାନୀ ତୈଳ ଦରରେ ବୃଦ୍ଧି କରିଛି।

ଅବଶ୍ୟ ନାୟରାର ଏହି ଦର ବୃଦ୍ଧି ସରକାରଙ୍କ ଶୁଳ୍କ ହ୍ରାସ ଘୋଷଣା ପୂର୍ବରୁ ହୋଇଥିଲା। ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ୍ ଲିଟର ପିଛା ୫ ଟଙ୍କା ବୃଦ୍ଧି କରିଥିବା ବେଳେ ଡିଜେଲ୍ ମୂଲ୍ୟ ପ୍ରତି ଲଟିର ୩ ଟଙ୍କା ବଢ଼ାଇଥିଲା। ହେଲେ ଏବେ ସରକାର ଶୁଳ୍କ ହ୍ରାସ କରିବା ପରେ କମ୍ପାନୀ ତୈଳ ଦର ହ୍ରାସ କରି ନାହିଁ କି ଦର ହ୍ରାସ କରିବାର କୌଣସି ସମ୍ଭାବନା ଦେଖା ଯାଉ ନାହିଁ।

Leave A Reply

Your email address will not be published.