ଓଡ଼ିଆ ନ୍ୟୁଜ୍: ଲୋକସଭାରେ କଂଗ୍ରେସକୁ ଧୋଇଲେ ଗୃହ ମନ୍ତ୍ରୀ ଅମିତ ଶାହ। ନକ୍ସଲ ଦମନ ଅଭିଭାଷଣ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ। କଂଗ୍ରେସର ୬୦ ବର୍ଷର ଶାସନରେ ଆଦିବାସୀଙ୍କର ବିକାଶ ହୋଇ ନଥିଲା।ମୋଦିଙ୍କ ୧୨ ବର୍ଷର ଶାସନ କାଳରେ ନକ୍ସଲ ଦମନ ସମ୍ଭବ ହୋଇଛି। ଆଜି ମୋଦିଙ୍କ ଶାସନରେ ଦେଶ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି।ଆଜିର ଏହି ସଫଳତାର ଶ୍ରେୟ ଦେଶର ଯବାନଙ୍କ ସହ ଆଦିବାସୀଙ୍କୁ ଯାଉଛି।କିଛି ଲୋକ ନକ୍ସଲଙ୍କୁ ସହିଦ ଭଗତ ସିଂ, ବିର୍ସା ମୁଣ୍ଡାଙ୍କ ସହ ତୁଳନା କରୁଥିଲେ।ଭଗତ ସିଂ, ବିର୍ସା ମୁଣ୍ଡା ବ୍ରିଟିଶ ବିରୋଧରେ ଲଢ଼େଇ କରି ସହିଦ ହୋଇଥିଲେ।କେଉଁ ବିଚାରଧାରାରେ ସେମାନଙ୍କୁ ନକ୍ସଲଙ୍କୁ ତୁଳନା କରାଯାଉଥିଲା ପଚାରିଲେ।ସ୍ବାଧୀନତା ପରେ ବାମପନ୍ଥୀ ଉଗ୍ରବାଦୀମାନେ ସରଳ ଆଦିବାସୀଙ୍କୁ ଅସ୍ତ୍ର କଲେ।ନୀରହି ଲୋକଙ୍କୁ ଅସ୍ତ୍ରରେ ହତ୍ୟା କେଉଁ ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା ପଚାରିଲେ।୧୯୭୦ରୁ ୨୦୦୪ ମଧ୍ୟରେ ଦେଶରେ ନକ୍ସଲ ସମସ୍ୟା ବଢ଼ିଲା। ଏହି କାଳଖଣ୍ଡରେ ୪ ବର୍ଷ ଛାଡ଼ି କଂଗ୍ରେସ ଶାସନ ଚାଲିଥିଲା।
ଇନ୍ଦିରା ଗାନ୍ଧି କ୍ଷମତାରେ ରହିବା ପାଇଁ ନକ୍ସଲଙ୍କୁ ପ୍ରମୋଟ୍ କରୁଥିଲେ।ନକ୍ସଲଙ୍କ ପାଖକୁ ଯେଉଁ ଅସ୍ତ୍ର ଆସୁଥିଲା ସେଥିରୁ ୯୨% ଥିଲା ଥାନା ଲୁଟ୍ରୁ।ଥାନାକୁ ଜାଳି ନକ୍ସଲ ଉଗ୍ରବାଦ ଏସବୁ ଅସ୍ତ୍ର ଅକ୍ତିଆର କରୁଥିଲେ। ନକ୍ସଲ ଆକ୍ରମଣରେ ୨୦ ହଜାର ଲୋକଙ୍କ ଜୀବନ ଯାଇଛି- ଶାହ।ଛତିଶଗଡ଼ ବସ୍ତରରେ ଏକ ସମାନ୍ତରାଳ ସରକାର ଚାଲିଥିଲା। ଆମ ସରକାର ନୀତି ଥିଲା ଗୁଳିର ଜବାବ ଗୁଳିରେ ଦେବାକୁ- ଶାହ।