ଭିଜିଲାନ୍ସ ପଞ୍ଝାରେ ଟ୍ରେଜେରୀ କିରାଣୀ

0

ଓଡ଼ିଆ ନ୍ୟୁଜ୍: ଟ୍ରେଜେରୀ ଅଫିସ୍‌ର ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ। ଖଣ୍ଡପଡ଼ା ଟ୍ରେଜେରୀ ଅଫିସ୍‌ର କିରାଣୀ ସରୋଜ କୁମାର ସାହୁ।୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍।ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଇଥିଲେ ସରୋଜ ସାହୁ।

୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜଣେ ପେନସନ ଭୋଗୀଙ୍କ ଠାରୁ ନେଉଥିଲେ ଏହି ଲାଞ୍ଚ । ବିଲ ପାସ କରିବା ପାଇଁ ଦାବି କରିଥିଲେ ଲାଞ୍ଚ । ପୂର୍ବରୁ ୪ହଜାରଟଙ୍କା ନେଇଥିବାବେଳେ ଆଜି ୩ହଜାର ଟଙ୍କା ନେଉଥିଲେ ।

ଟ୍ରାପ ପରେ ସରୋଜଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏକକାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ। ଖଣ୍ଡପଡା ସବ୍ ଟ୍ରେଜେରୀ ସିନିଅର ଆସିଷ୍ଟାଣ୍ଟ ସରୋଜ କୁମାର ସାହୁ । ପରେ ଭିଜିଲାନ୍ସର ୫ଜଣିଆ ଟିମ୍ ଖଣ୍ଡପଡା ସହରରେ ଥିବା ସରୋଜଙ୍କ ବାସଭବନରେ ଖାନତଲାସି କରୁଛି ।

Leave A Reply

Your email address will not be published.