ଆଉ ୨ଦିନ ବଢ଼ିପାରେ ଧାନକିଣା ଅବଧି

0

ଓଡ଼ିଆ ନ୍ୟୁଜ୍: ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ ଧାର୍ଯ୍ୟ ହୋଇଥିଲା।ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ।ମଣ୍ଡି ଅବଧି ସରୁଥିବା ବେଳେ ଏବେବି ରାଜ୍ୟର ହଜାର ହଜାର ଚାଷୀ ଟୋକନ ଧରି ବସିଛନ୍ତି । ଏହି ଅବଧି ବଢାଇବାକୁ ଦାବି କରିଛନ୍ତି। କେଉଁଠି ଚାଷୀ ଏଥିପାଇଁ ଆନ୍ଦୋଳନ କରିଛନ୍ତି ତ କେଉଁଠି ପ୍ରତିବାଦ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଅବଧି ଆଉ ଦୁଇ ଦିନ ବଢାଯାଇପାରେ । ହେଲେ ବିଜେଡି କହିଛି ଏହାକୁ ୭ ଦିନ ବଢାଯାଉ ।

ଆସନ୍ତାକାଲି ସରୁଛି ମଣ୍ଡି ଅବଧି । ଆଉ ମନ୍ତ୍ରୀ କହିଲେ ଆଉ ଦୁଇ ଦିନ ବଢିପାରେ ଏହି ଅବଧି । ହେଲେ ବିଭିନ୍ନ ଦଳର ନେତା ଆଉ ଚାଷୀଙ୍କ ଦାବି ଅବଧି ବଢାଯାଉ ୭ ଦିନ । ପ୍ରଶ୍ନ ଉଠୁଛି ମନ୍ତ୍ରୀ ଚାଷୀଙ୍କ ଦାବି ରଖିବେ ନା ନାହିଁ ? ଆସନ୍ତାକାଲି ମଣ୍ଡିରେ ଧାନ କିଣା ଅବଧି ସରୁଥିବା ବେଳେ ଏବେ ବି ଟୋକନ ଧରି ହଜାର ହଜାର ଚାଷୀ ମଣ୍ଡିରେ ବସିଛନ୍ତି । ଏ ହେଉଛି ରାଜ୍ୟର ବିଭିନ୍ନ ମଣ୍ଡିର ଅବସ୍ଥା । ଟୋକନ ଥାଇବି ଧାନ ବିକି ପାରୁନଥିବାରୁ ଚାଷୀ କ୍ବିଣ୍ଟାଲ କ୍ବିଣାସ ଧନ ଧରି ମଣ୍ଡିରେ ବସିଛି ତ କେଉଁଠି ଆନ୍ଦୋଳନକୁ ଓହ୍ଲାଇଛି ।

Leave A Reply

Your email address will not be published.