ରାଜଧାନୀ ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ

0

ଓଡ଼ିଆ ନ୍ୟୁଜ୍: ରାଜଧାନୀ ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ । ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଯୁଦ୍ଧ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ସୂଚନା ରହିଛି । ତେବେ ଯୁଦ୍ଧ ପାଇଁ ପୂର୍ବରୁ ଦୁବାଇକୁ ବିମାନସେବା ବନ୍ଦ ହୋଇଥିଲା । ବର୍ତ୍ତମାନ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କଙ୍କକୁ ଚାଲୁରହିଛି ।

ଏହା ବ୍ୟତୀତ ଚଳିତ ବର୍ଷର ଗ୍ରୀଷ୍ମ ସିଡ୍ୟୁଲ ମଧ୍ୟ ଆସିଛି ସାରିଛି । ଏହି ସିଡ୍ୟୁଲରେ ଭୁବନେଶ୍ୱରରୁ ଯାଉଥିବା କିଛି ସହରକୁ ବିମାନ ସେବା ବନ୍ଦ ହୋଇଛି । ସମର ସିଜନ ଅଫ ସିଜନ ପାଇଁ ଡେସଟିନେସନ ବନ୍ଦ ହୋଇଛି । ଇନ୍ଦୋର ଡେରାଡୁନ, କୋଚିକୁ ବିମାନ ସେବା ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଏହା ବ୍ୟତୀତ ବିମାନ ଚାଳିତ ଇନ୍ଧନକୁ ନେଇ ମଧ୍ୟ କୌଣସି ସମସ୍ୟା ଦେଖାଦେଇନଥିବା ସେ କହିଛନ୍ତି ।

Leave A Reply

Your email address will not be published.