ଶୀତଳା ମନ୍ଦିରରେ ଦଳାଚକଟା, ୮ ମୃତ

0

ଓଡ଼ିଆ ନ୍ୟୁଜ୍: ବିହାର ନାଳନ୍ଦା ଜିଲ୍ଲା ଶୀତଳା ଦେବୀ ମନ୍ଦିରରେ ଦଳାଚକଟା।୮ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଆହତ ହୋଇଥିବା ସୂଚନା। ପୂଜା ବେଳେ ବହୁ ସଂଖ୍ୟକ ଲୋକ ଏକାଠି ହେବାରୁ ଅଘଟଣ।ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ଦୀପନଗର ଥାନା ଅଞ୍ଚଳ ଅନ୍ତର୍ଗତ ମାଘରାର ଶୀତଳା ମନ୍ଦିରରେ ଘଟିଛି।

ଏହି ଘଟଣାରେ ଆହତ ଭକ୍ତଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୨ ହେବ ବୋଲି ଅନୁମାନ କରାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲକୁ ପଠାଯାଇଛି। ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଖାଲି କରିଦିଆଯାଇଛି। ଘଟଣା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ପହଞ୍ଚିଛନ୍ତି।

ସୂଚନା ଅନୁସାରେ ଅତ୍ୟଧିକ ଭିଡ଼ ଏବଂ ଅପର୍ଯ୍ୟାପ୍ତ ବ୍ୟବସ୍ଥା ଯୋଗୁଁ ଏହି ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ଆସିଥାନ୍ତି।ପ୍ରତି ମଙ୍ଗଳବାର ହଜାର ହଜାର ଭକ୍ତ ପୂଜା କରିବା ପାଇଁ ଏଠାକୁ ଆସନ୍ତି। କିନ୍ତୁ ଚଳିତ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ଦେଖାଯାଉଥିଲା।

Leave A Reply

Your email address will not be published.