ଓଡ଼ିଆ ନ୍ୟୁଜ୍: ବିଜୁବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ; କ୍ଷମା ମାଗିଲେ ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଲେ ନିଶିକାନ୍ତ ଦୁବେ।‘ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ’।‘ମୁଁ ନେହରୁ-ଗାନ୍ଧୀ ପରିବାର ବିଷୟରେ କହିଥିଲି’।ମାତ୍ର ମୋ କଥାର ଭୁଲ୍ ଅର୍ଥ ବାହାର କରାଯାଇଥିଲା- ନିଶିକାନ୍ତ।ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ କ୍ଷମା ମାଗୁଛି’।ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟ୍ସ ମ୍ୟାନ୍ ଥିଲେ ଓ ରହିବେ’।
ସେ ଆହୁରି କହିଛନ୍ତି ଯେ, ବିଜୁ ବାବୁ ସର୍ବଦା ଉପରେ ରହିବେ । ସେ ଜଣେ ଚମତ୍କାର ବ୍ୟକ୍ତିବିଶେଷ ଥିଲେ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ।ଅନ୍ୟ ଦିଗରେ ବିଜେଡି ଉପସଭାପତି ଦେବୀ ମିଶ୍ର ନିଶିକାନ୍ତଙ୍କ କ୍ଷମା ପ୍ରାର୍ଥନାକୁ କଟାକ୍ଷ କରିଛନ୍ତି । ଏହା ଗୋଇଠା ମାରି ବିଷ୍ଣୁ କରିବା ସହ ସମାନ । ବିଜେପିର ରାଜ୍ୟ ତଥା ଜାତୀୟ ନେତା ଏବାବଦରେ ପାଟି ଖୋଲୁ ନାହାଁନ୍ତି ବୋଲି ସେ କହିଛନ୍ତି ।