ଓଡ଼ିଆ ନ୍ୟୁଜ୍: ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ CCS ବୈଠକରେ ଗୁରୁତ୍ବ।ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ସ୍ଥିର ରଖିବା ସହ ଯୋଗାଣକୁ ଗୁରୁତ୍ବ।୩ ଘଣ୍ଟା ଧରି ଚାଲିଥିବା CCS ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ। ଯୁଦ୍ଧ ଦ୍ବାରା ଜନତା ଯେଭଳି ପ୍ରଭାବିତ ନ ହେବେ ଧ୍ୟାନ ଦେବାକୁ ନିର୍ଦ୍ଦେଶ।ଲୋକଙ୍କ ଉପରେ ଯେପରି ପ୍ରଭାବ ନ ପଡ଼ିବ ଯଥାସମ୍ଭବ ଉପାୟ କରନ୍ତୁ- ମୋଦି।କଳାବଜାରୀ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।ଭୁଲ୍ ତଥ୍ୟ ଯେପରି ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ। LPG, LNG ଯୋଗାଣର ମଧ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ।
ଦେଶରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ସ୍ଥିତି ସମୀକ୍ଷା କରାଯାଇଛି । ଭାରତ ପାଖରେ ପ୍ରାୟ ୫୩ ଲକ୍ଷ ମେଟ୍ରିକ ଟନ ପେଟ୍ରୋଲିୟମ ରିଜର୍ଭ ଥିବା ସରକାର ସୁନିଶ୍ଚିତ କରିଛନ୍ତି । ସେହିପରି ଆଗାମୀ ଖରିଫ ଋତୁ ପାଇଁ ସାର ଏବଂ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହିତ କଳାବଜାରୀ ରୋକିବାକୁ ରାଜ୍ୟ ସରକାରମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଗଲ୍ଫ ଦେଶଗୁଡ଼ିକରେ ରହୁଥିବା ପ୍ରାୟ ୧ କୋଟି ଭାରତୀୟଙ୍କ ସୁରକ୍ଷାକୁ ନେଇ କମିଟିରେ ଆଲୋଚନା ହୋଇଛି ।
ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୃଷି, ପରିବହନ ଏବଂ ଅର୍ଥ ମନ୍ତ୍ରଣାଳୟକୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ ହୋଇଛି । ଏହି ସ୍ୱତନ୍ତ୍ର ଦଳ ସଙ୍କଟ ବେଳେ ଯୋଗାଣ ସ୍ୱାଭାବିକ କରିବାକୁ ଗୁରୁତ୍ୱ ଦେବ । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ ।