ଓଡ଼ିଆ ନ୍ୟୁଜ୍: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ସେ କହିଛନ୍ତି ।୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ । ଏସ୍ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । କହିରଖୁଛୁ କି, ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା ନେଇ ଘୋଷଣା ହୋଇଥିଲା । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ ବୋଲି ସୂଚନା ଦିଆଯାଇଥିଲା । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ।
କନ୍ୟା ସୁମଙ୍ଗଳ ଯୋଜନା ବଜେଟରେ ଘୋଷଣା ହୋଇଛି । ତାର ଏସ ଓ ପି ଖୁବଶୀଘ୍ର ଫାଇନାଲ ହେବ । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ । ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ରଖାଯିବ । ଝିଅକୁ ୨୧ ବର୍ଷ ହେବା ପରେ ତା ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଯିବ । ଏସବୁର ପୁରା ଏସଓପି ଆସିବା ପରେ ଚିତ୍ର ସ୍ପଷ୍ଟ ହେବ ।