ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଲାଗି ରହିଛି କଳାବୈଶାଖୀ ବର୍ଷା।ଆଗାମୀ ଦୁଇ ଘଣ୍ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ବରଗଡ଼, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ଜୋରରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହି ଜିଲ୍ଲାର ବାସିନ୍ଦାମାନେ ସତର୍କ ରହିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
। ସେପଟେ ମାଡ଼ି ଆସୁଛି ପ୍ରଚଣ୍ଡ ଖରା । ଏପ୍ରିଲ ମାସରୁ ଜୁନ ମାସ ଖରାରେ ସିଜିବ ସାରା ଓଡ଼ିଶା । ଶେଷ ସପ୍ତାହ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦୀର୍ଘ ଅବଧି ଆକଳନରେ ଅଗୁଆ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ । ଏପ୍ରିଲରୁ ଜୁନ୍ ତିନି ମାସ ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳି ନେଇ ପୂର୍ବାନୁମାନ କରାଯାଇଛି ।