ଓଡ଼ିଆ ନ୍ୟୁଜ୍: ୧ ହଜାର ୮୮୯ ଅଙ୍ଗନବାଡି ଗୃହର ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ।ଆସନ୍ତାକାଲି ଠାରୁ ନିଜସ୍ୱ ଘରେ ଚାଲିବ ଅଙ୍ଗନବାଡି କେନ୍ଦ୍ର କହିଲେ। ଆସନ୍ତା ଜୁଲାଇରେ ଅଢେଇ ହଜାର ଅଙ୍ଗନବାଡି ଘର ଲୋକାର୍ପଣ ଲକ୍ଷ୍ୟ। ୨୦୨୭ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡି ନିଜସ୍ୱ ଘରେ ଚାଲିବ- ପ୍ରଭାତୀ।ସବୁ ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡି କରିବେ ସରକାର।୧୦ ହଜାର ଅଙ୍ଗନବାଡି ନିର୍ମଣ ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିଲା।ଖୁଵ ଶୀଘ୍ର ୪ ହଜାର ୨୮୪ରୁ ଉର୍ଦ୍ଧ୍ଵ ଘର ସମ୍ପୂର୍ଣ୍ଣ ରୂପରେଖ ଦିଆଯିବ।
ଏହି ନୂତନ ଗୃହଗୁଡ଼ିକର ନିର୍ମାଣ ଫଳରେ ଏବେ ଶିଶୁ ଏବଂ ମହିଳାମାନେ ଏକ ସ୍ୱତନ୍ତ୍ର ତଥା ଉନ୍ନତ ପରିବେଶରେ ସରକାରୀ ସେବା ପାଇପାରିବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସୁନ୍ଦର, ସକ୍ଷମ, ସୁଦୃଢ଼ ଅଙ୍ଗନବାଡ଼ି ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ୨୦୨୭ ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ନିଜସ୍ୱ ଗୃହ ପାଇବେ, ସେଥିପାଇଁ ଆମେ ଲକ୍ଷ୍ୟ ରଖାଯାଇଛି ।