ଏପ୍ରିଲରୁ ଡରାଇଲାଣି ତାତି

0

ଓଡ଼ିଆ ନ୍ୟୁଜ୍: ଏପ୍ରିଲରୁ ଅସମ୍ଭାଳ ତାତି। ଉପକୂଳ ଓଡ଼ିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଆଗକୁ ଆହୁରି ହେବ। ଏନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୩ ଦିନ ପାଇଁ ୪ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକକୁ ଓ୍ୱାର୍ଣିଂ ଜାରି କରାଯାଇଛି।

ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ କଲାଣି। ସ୍ଥିତି ଏମିତି ହେଉଛି ଯେମିତି ଦିନ ୧୧ଟାରୁ ୩ଟା ଭିତରେ ଖରାକୁ ବାହାରିଲେ ଦେହ ସିଝିଯାଉଛି। ପଶ୍ଚିମ ଓଡ଼ିଶାରେ ଟାଇଁ ଟାଇଁ ଖରା ହେଉଛି। ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପାଇଁ ଗରମ ଦୁଇଗୁଣା ଅନୁଭବ ହେଉଛି। ବାୟୁମଣ୍ଡଳରେ ଆଦ୍ରତା ୮୦ ପ୍ରତିଶତରୁ ଅଧିକ ରହୁଥିବାରୁ ୩୬ ଡିଗ୍ରୀ ତାପମାତ୍ରା ୪୬ ଡିଗ୍ରି ଭଳି ଅନୁଭୂତ ହେଉଛି

Leave A Reply

Your email address will not be published.