ଭୂକମ୍ପରେ ଥରିଲା କୋରାପୁଟ୍

0

ଓଡ଼ିଆ ନ୍ୟୁଜ୍: କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା ଅନୁଭୂତ।କାଲି ରାତି ପ୍ରାୟ ସାଢ଼େ ୧୧ଟାରେ ମୃଦୁ ଭୂମିକମ୍ପ।କୋରାପୁଟ, ଜୟପୁର, ଲମତାପୁଟ, ସୁନାବେଡ଼ା, ବୋରିଗୁମ୍ମା ଥରିଲା।

ଖବର ଅନୁଯାୟୀ, ପ୍ରାୟ ୧୫ ସେକେଣ୍ଡ୍‌ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତି ହୋଇଥିବାରୁ ଲୋକମାନେ ଶୋଇଥିଲେ। ହଠାତ୍‌ ଘରର ବିଭିନ୍ନ ସାମଗ୍ରୀ ଜୋର୍‌ରେ ଥରି ଉଠିଥିଲା। ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଭୟରେ ଅନେକ ବାହାରକୁ ଚାଲି ଆସିଥିଲେ। ଗାଈଗୋରୁ ମଧ୍ୟ ଭୂମିକମ୍ପ ପ୍ରଭାବରେ ଗୁହାଳ ଛାଡ଼ି ଭୟରେ ଦୌଡ଼ି ଥିଲେ। ପରେ ଭୂମିକମ୍ପ ହୋଇଥିବା ଲୋକମାନଙ୍କ ଭିତରେ ଚର୍ଚ୍ଚା ହୋଇଥିଲା। ଏନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା।

Leave A Reply

Your email address will not be published.