ହର୍ମୁଜ଼ ନ ଖୋଲିଲେ ଇରାନରେ ଧ୍ଵଂସର ତାଣ୍ଡବ ରଚିବ ଆମେରିକା: ଟ୍ରମ୍ପ

0

ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ସମୟ ଦେଇଥିଲେ। ଏହି ସମୟର ଅବଧି ଧିରେ ଧିରେ ଶେଷ ହେବାରେ ଲାଗିଛି। ଏବେ ପୁଣି ଥରେ ଟ୍ରମ୍ପ ଧମକ ଦେଇଛନ୍ତି। ତାଙ୍କର ଏହି ଧମକରେ ଟ୍ରମ୍ପ ନିଜର ଶାଳୀନତା ଭୁଲି ଅପଶବ୍ଦ ପ୍ରୟୋଗ କରିଛନ୍ତି। ସେ ରାଗରେ ଜର୍ଜରିତ ହୋଇ କହିଛନ୍ତି, ଯଦି ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲେ, ତେବେ ମଙ୍ଗଳବାର ଏହାର ପାଓ୍ଵାର ପ୍ଲାଣ୍ଟ ଓ ପୋଲ ଉପରେ ହମଲା କରାଯିବ। ଟ୍ରମ୍ପ ଏହି ଦିନକୁ ପାଓ୍ଵାର ପ୍ଲାଣ୍ଟ ଓ ବ୍ରିଜ ଡେର ନାଁ ଦେଇଛନ୍ତି।

ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଲେଖିଛନ୍ତି, ମଙ୍ଗଳବାର ଇରାନରେ ପାଓ୍ଵାର ପ୍ଲାଣ୍ଟ ଦିବସ ଏବଂ ପୋଲ ଦିବସ ସହିତ ପାଳନ କରାଯିବ। ଏମିତି କେବେ ପୂର୍ବରୁ ଘଟି ନାହିଁ। ପାଗଳ ଲୋକ ହର୍ମୁଜ ପ୍ରଣାଳୀ ଖୋଲି ଦିଅ ନଚେତ୍ ନର୍କକୁ ଯିବ, ଦେଖି ଚାଲ ! ଆଲ୍ଲାକୁ ପ୍ରାର୍ଥନା କର।

Leave A Reply

Your email address will not be published.