ରାଜ୍ୟରେ ଜାରି କାଳବୈଶାଖୀ ବର୍ଷା ପବନ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ।ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା।ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା। କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା, ପବନ।କୋଦଳା-ଖଲ୍ଲିକୋଟରେ କାଳବୈଶାଖୀ ବର୍ଷା, ପବନ। କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ।

ପୁରୀ ଓ ବାଲେଶ୍ବର ଜିଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ସେହିପରି ରାଜଧାନୀର କିଛି ଅଞ୍ଚଳରେ ବର୍ଷା ହୋଇଥିବାରୁ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ଏପରିକି ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା ପବନ ହୋଇଥିବା ସୂଚନା ମିଳିଛି।

କାଳବୈଶାଖୀ ଯୋଗୁ କଟକ ବାଙ୍କୀରେ ବର୍ଷା, ପବନ ହୋଇଛି। ଏପରିକି କୋଦଳା-ଖଲ୍ଲିକୋଟରେ ବର୍ଷା, ପବନ ହୋଇ କିଛି ସ୍ଥାନରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷେ ରବିବାର ୩ ଜିଲା ଅର୍ଥାତ୍‌ ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବା ବେଳେ ୧୬ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Leave A Reply

Your email address will not be published.