ଗାଁରେ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ବ୍ଲକ ପତାଣ୍ଡ ଗାଁରେ ଅଘଟଣ । ପୋଖରୀକୁ ଦୁଇ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ହେଲେ ଘଟିଲେ ଅଘଟଣ । ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପତାଣ୍ଡ ଗାଁରୁ ମଙ୍ଗଳବାର ସକାଳୁ ଆସିଛି ଏକ ଦୁଃଖଦ ଖବର । ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ୧୩ ବର୍ଷର ଝିଅ ମାନିନୀ ପ୍ରଥମେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ସାଙ୍ଗ ପ୍ରାଞ୍ଜଳୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସେ ବି ବୁଡ଼ିଯାଇଥିଲେ ।

ଶେଷରେ ଦୁଇ ଜଣ ସାଙ୍ଗ ପୋଖରୀରେ ବୁଡ଼ିଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣ ଝିଅଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.