ଓଡ଼ିଆ ନ୍ୟୁଜ୍: ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତିକୁ ପରୋକ୍ଷ ନିଶାନା କଲେ ମନମୋହନ ସାମଲ।ନବୀନ ବାବୁ ୨୪ ବର୍ଷ ଶାସନ କରିଛନ୍ତି, ସାରା ରାଜ୍ୟ ବୁଲି ପାରି ନାହାନ୍ତି। ବିରୋଧୀଦଳ ନେତା ଭାବେ ଏବେ ରାଜ୍ୟ ବୁଲିଲେ କିଛି ଜ୍ଞାନ ଆହରଣ କରିବେ। ୨୪ ବର୍ଷର ତାଙ୍କ ଶାସନରେ ରାଜ୍ୟବାସୀ କିପରି ଅଛନ୍ତି ଜାଣି ପାରିବେ। ବିରୋଧୀଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ପାଇଁ ଭଲ- ମନମୋହନ ସାମଲ।ଆଉ କିଛି ନେତା ବିଜେପିକୁ ଆସିବା ପ୍ରଶ୍ନରେ ମଧ୍ୟ ରଖିଲେ ପ୍ରତିକ୍ରିୟା। ଆମ ଦ୍ବାର ଉନ୍ମୁକ୍ତ ଅଛି, ଯେଉଁମାନଙ୍କୁ ଉଚିତ ଭାବିବୁ ସେମାନଙ୍କୁ ନେବୁ।
ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ସବୁ ଜାଣିପାରିବେ । କାରଣ ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ଶକ୍ତିଶାଳୀ ହେବ ବୋଲି ସେ ସିଧାସଳଖ କହିଛନ୍ତି । ଯେହେତୁ ସେ ବିଜେଡ଼ି ମୁଖିଆ ତା ସହ ବିରୋଧୀ ଦଳ ନେତା ହୋଇଥିବାରୁ ସେ ବୁଲିବା ଦରକାର । ୨୪ ବର୍ଷ ଭିତରେ ନବୀନ ବାବୁ ସାରା ଓଡିଶା ବୁଲି ନାହାନ୍ତି । ଦେଖି ନାହାଁନ୍ତି ସେହି ଅଂଚଳକୁ ଯିବା ଦରକାର ।
୨୪ ବର୍ଷ ତାଙ୍କ ସରକାର ଏବଂ ୧୫ ବର୍ଷ ଏକାକୀ ମୁଖ୍ୟମନ୍ତ୍ରୀ ଥିଲେ ସେ ବୁଲିଲେ ଦେଖିଲେ ସମୀକ୍ଷା କରିବେ । ଲୋକମାନେ କେମିତି ଅଛନ୍ତି ଓ ତାଙ୍କ ସରକାର କଣ କରିଛନ୍ତି ସେ ଜାଣିପାରିବେ । ତାଙ୍କର ଆହୁରି ଜ୍ଞାନ ଆହାରଣ କରିପାରିବେ ବୋଲି ଦିଲ୍ଲୀରୁ ଫେରି ପ୍ରତିକ୍ରିୟାରେ କହିଛନ୍ତି ମନମୋହନ ସାମଲ ।