ଖର୍ଗ ଦ୍ବୀପ ଉପରେ ଆମେରିକାର ଆକ୍ରମଣ

0

ଓଡ଼ିଆ ନ୍ୟୁଜ୍: ଇରାନର ଖର୍ଗ ଦ୍ବୀପ ଉପରେ ଆମେରିକାର ଆକ୍ରମଣ।କାସନରେ ଏକ ବଡ଼ ରେଲୱେ ବ୍ରିଜ୍‌କୁ ଉଡ଼ାଇ ଦେଲା ଇସ୍ରାଏଲ୍‌। ଯୁଦ୍ଧ ବନ୍ଦ ନେଇ ଡେଡ୍‌ଲାଇନ ସରିବା ପୂର୍ବରୁ ଆକ୍ରମଣ।ହର୍ମୁଜ ପ୍ରଣାଳୀ ମୁକ୍ତ କରିବାକୁ ଡେଡ୍‌ଲାଇନ ଦିଆଯାଇଥିଲା। ସମସ୍ତ ପାୱାର ପ୍ଲାଣ୍ଟ ଧ୍ବଂସ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ୍‌।ଇରାନରେ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ଧ୍ବଂସ ପାଇଁ ବି ଚେତାବନୀ।ପାୱାର ପ୍ଲାଣ୍ଟ ନିକଟରେ ମାନବ ଶୃଙ୍ଖଳ ପାଇଁ ଇରାନ କର୍ତ୍ତୃପକ୍ଷଙ୍କ ଆହ୍ବାନ।

ରିପୋର୍ଟ ଅନୁସାରେ, ଇରାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଖାର୍ଗରେ ଆକ୍ରମଣ କରାଯାଇଛି । ଆମେରିକା ଏବଂ ଇସ୍ରାଏଳ ମିଳିତ ଭାବେ ଏହାକୁ ଟାର୍ଗେଟ୍ କରିଥିବା କୁହାଯାଉଛି । ଫଳରେ ସାରା ବିଶ୍ୱରେ ତୈଳ କାରବାର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏଠାରୁ ଇରାନ ନିଜର ତୈଳ ରପ୍ତାନୀ କରିଥାଏ ।

ଗତ ସପ୍ତାହରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଥିଲେ ଯେ, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସକଙ୍କ ସହିତ ଆଲୋଚନା କରୁଛି। ଆଲୋଚନା ଯଥେଷ୍ଟ ଅଗ୍ରଗତି ହୋଇଛି । କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଶକ୍ତି କେନ୍ଦ୍ର, ତୈଳ କୂପ, ଖାର୍ଗ ଦ୍ୱୀପ ଧ୍ୱଂସ କରିଦେବୁ ।

Leave A Reply

Your email address will not be published.