ରାଉରକେଲା ବିମାନ କ୍ରାସ୍‌ର ଆସିଲା ରିପୋର୍ଟ

0

ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ AAIB ପକ୍ଷରୁ ରିପୋର୍ଟ ପ୍ରକାଶ। ରାଉରକେଲାରେ ପହଞ୍ଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା। ଫଳରେ ଇଞ୍ଜିନରେ ସମସ୍ୟା ଯୋଗୁଁ ବିମାନ ଦୁର୍ଘଟଣା ରିପୋର୍ଟରେ ଉଲ୍ଲେଖ। ଗତ ଜାନୁଆରୀ ୧୦ ତାରିଖରେ ଏୟାର ଇଣ୍ଡିଆ ୱାନ୍‌ର ବିମାନ କ୍ରାସ୍ ହୋଇଥିଲା।

ବିମାନଟି ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ କଂସର ଗାଁରେ ଖସି ପଡ଼ି ଘଟିଥିଲା ଦୁର୍ଘଟଣା। ୬ ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାତ୍ରୀ ସୁନୀଲ ଅଗ୍ରୱାଲ ସହ ତାଙ୍କ ପତ୍ନୀ ସବିତା ଅଗ୍ରୱାଲଙ୍କୁ ତା ପରଦିନ ମୁମ୍ବାଇ ଏୟାର ଲିଫ୍ଟ କରାଯାଇଥିବା ବେଳେ ସନ୍ତୋଷ ବିଶ୍ଵାଳ ନାମକ ଯାତ୍ରୀ ଚିକିତ୍ସା ସମୟରେ ଜୀବନ ହାରିଥିଲେ । ପରେ ପାଇଲଟ, କୋ ପାଇଲଟ, ଜଣେ ଯାତ୍ରୀ ରାଉରକେଲାର ଏକ ଘରୋଇ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଉ ଆଜି ଆସିଛି ଦୁର୍ଘଟଣାର ରିପୋର୍ଟ ।

ରିପୋର୍ଟରେ ଉଲ୍ଲେଖ ଅଛି ଯେ ବିମାନରେ କମ ଇନ୍ଧନ ଥିବା ଯୋଗୁଁ ବିମାନ ଲକ୍ଷ ସ୍ଥଳରେ ଅବତରଣ କରିପାରିଲା ନାହିଁ । ଯାହା ଫଳରେ ପାଇଲଟ ବାଧ୍ୟ ହୋଇ ଫୋର୍ସ ଲ୍ୟାଣ୍ଡିଙ୍ଗ କରିଥିଲେ । ହେଲେ ଏଠାରେ ପ୍ରଶ୍ନ ଯେ ବିମାନ ଉଡ଼ାଣ ପୂର୍ବରୁ କେମିତି ଯାଞ୍ଚ ହୋଇଥିଲା ବିମାନରେ ଇନ୍ଧନ କମ୍ ଅଛି । କିଏ ଉଡ଼ାଣ ଭରିବା ପାଇଁ ଅନୁମତି ଦେଲା ତାହା ବଡ ପ୍ରଶ୍ନ ।

Leave A Reply

Your email address will not be published.